ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲଷ୍ମୀ ପୂଜା । ମା କୃପାମୟୀ କମଳିନୀଙ୍କ ଆଗମନ ପରେ ୧୧ ଦିନ ଢେଙ୍କାନାଳ ସହର ଅମରାବତୀ ପାଲଟିଥିଲା । ସବୁଆଡେ ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକରେ ନବବଧୁ ପରି ସଜେଇ ହୋଇଥିଲା ଢେଙ୍କାନାଳ । ଶାନ୍ତି ଶୃଙ୍ଖଳା ସହିତ ସରିଛି ମାଙ୍କ ବିସର୍ଜନ ଓ ଭଷାଣି ଉତ୍ସବ । ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲଷ୍ମୀ ପୂଜା ଶାନ୍ତି ଶୃଙ୍ଖଳାରେ ପରିଚାଳନା ହୋଇଥିବାରୁ ମିଳିତ ବଜାର ପୂଜା କମିଟି ତଥା ସମସ୍ତ ପୂଜା କମିଟି, ଜିଲ୍ଳା ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି, ଢେଙ୍କାନାଳବାସୀଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଥିବା ବେଳେ ଚଳିତ ବର୍ଷର ଟ୍ରାଫିକ ବ୍ୟବସ୍ଥା ଓ ପୋଲିସର କାର୍ଯ୍ୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପତ୍ର ଓ ସମସ୍ତ ପୋଲିସଙ୍କୁ ଢେଙ୍କାନାଳ ଜିଲ୍ଲାବାସୀ ତଥା ସବୁ ମହଲରୁ ପ୍ରସଂଶାର ସୁଅ ଛୁଟିଛି । ତେବେ କିପରି ହୋଇଥିଲା ବ୍ୟବସ୍ଥା କଣ ରହିଛି ଦୂର ଦୁରନ୍ତରରୁ ଆସିଥିବା ଶ୍ରଦ୍ଧାଳୁଙ୍କ ମତ ସେ ନେଇ ଆଦର୍ଶ ପ୍ଲସର ବିଶେଷ ଉପସ୍ଥାପନା
ଧନ୍ୟବାଦ ଏସ୍ ପି ସାହେବ୍ ।
![]()
