ଢେଙ୍କାନାଳ-କଟକ ଜିଲ୍ଲା ସୀମାବର୍ତୀ ୫୫ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ବନଦୁର୍ଗା ମା’ମଲ୍ଲିକେଶ୍ଵରୀ ପୀଠ ଠାରେ ମା’ଙ୍କର ଷୋଡଶ ଦିନାତ୍ମକ ପୂଜାର ସପ୍ତମ ଦିବସରେ ବଳଦିଆବନ୍ଧ ଓ ନଡିଆଳି ଗ୍ରାମପଂଚାୟତର ବୁଦ୍ଧିଜୀବି, ସମାଜସେବୀ, ଯୁବ ସେଚ୍ଛାସେବୀ ଓ ମା’ଙ୍କର ଭକ୍ତମଣ୍ଡଳୀଙ୍କର ଏକ ସମାବେଶ ‘ବନଦୁର୍ଗା ମା’ ମଲ୍ଲିକେଶ୍ଵରୀ ଟ୍ରଷ୍ଟ’ ଆହ୍ବାନରେ ପୂର୍ବତନ ଭାରତୀୟ ସେନା ଅଧିକାରୀ ଶଙ୍କର୍ଷଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମାବେଶରେ ମା’ଙ୍କର ନୂତନ ନିର୍ମାଣଧୁନ ମନ୍ଦିରକୁ ଏକ ଉନ୍ନତ କାରୁକାର୍ଯ୍ୟପୂର୍ଣ କରାଯାଇ ଭକ୍ତ ଓ ଦର୍ଶକମାନଙ୍କ ମନକୁ ଛୁଇଁଲା ଭଳି କରାଯିବା ପାଇଁ ସମସ୍ତେ ମତପୋଷଣ କରିଥିଲେ । ମା’ଙ୍କ ମନ୍ଦିରଟି ଜାତୀୟ ରାଜପଥ ନଂ-୫୫ ପାର୍ଶ୍ବ ଢେଙ୍କାନାଳ-କଟକ ଜିଲ୍ଲାର ସୀମାରେ ରହିଥିବାରୁ ଏହା ଢେଙ୍କାନାଳ ଜିଲ୍ଲାର ମୁଖଶାଳା ସଦୃଶ୍ଯ ଏହାର ପାର୍ଶ୍ଵବର୍ତୀ ଅଂଚଳକୁ ସୌନ୍ଦର୍ଯ୍ୟକରଣ କରାଯାଇ ଏକ ପାର୍କ ନିର୍ମାଣ କରାଯାଇପାରିଲେ ଢେଙ୍କାନାଳ ଜିଲ୍ଲାକୁ ଆସୁଥୁବା ବାହାର ରାଜ୍ୟ ତଥା ଅନ୍ୟ ଜିଲ୍ଲାର ଲୋକମାନେ ଢେଙ୍କାନାଳ ଜିଲ୍ଲାର ପ୍ରବେଶ ପଥରୁ ହିଁ ଢେଙ୍କାନାଳ ଜିଲ୍ଲାର ଗୌରବ ସମସ୍ତେ ଅବଗତ ହୋଇପାରିବେ ଓ ଢେଙ୍କାନାଳ ଜିଲ୍ଲାବାସୀ ମୋ’ ଢେଙ୍କାନାଳ ବୋଲି ନିଜକୁ ଗୌରବାନ୍ବିତ ମନେ କରିବେ ବୋଲି ଉପସ୍ଥିତ ସମସ୍ତ ବୁଦ୍ଧିଜୀବି ମତପୋଷଣ କରିଥିଲେ । ଢେଙ୍କାନାଳ ଜିଲ୍ଲାକୁ ଭିଆଇପି ମାନଙ୍କର ଆଗମନ ସମୟରେ ମା’ଙ୍କ ପୀଠ ଠାରୁ ପୋଲିସ୍ ଏସ୍କର୍ଟ କରି ସାଗତ ଜଣାଇ ଜିଲ୍ଲା ଭିତରକୁ ପାଛୋଟି ନିଆଯାଉଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରିଗେଡିୟର ରାଜା କାମାକ୍ଷା ପ୍ରସାଦ ସିଂହଦେଓଙ୍କ ସାଂସଦ ପାଣ୍ଡିରେ ମନ୍ଦିର ସନ୍ନିକଟ ଜାତୀୟ ରାଜପଥ ପାର୍ଶ୍ବରେ ଏକ ବିଶ୍ରାମଗାର କରାଯାଇ ସେଠାରେ ପଥଚାରୀଙ୍କ ପାଇଁ ସୁବିଧା କରାଯାଇଥିଲା । ଜାତୀୟ ରାଜପଥ ସଂପ୍ରସାରଣ ଓ ଦୁଇ ଥାକିଆ ହେବା ଫଳରେ ଉକ୍ତ ବିଶ୍ରାମଗାରକୁ ଜାତୀୟ ରାଜପଥ ପ୍ରାଧୁକରଣ ବିଭାଗ ଉଚ୍ଛେଦ କରିଦେବା ଦ୍ଵାରା ଯାତ୍ରୀ, ହାଇୱେ ପେଟ୍ରୋଲିଂ ଓ ଭିଆଇପି ମାନଙ୍କୁ ସାଗତ ଜଣାଇବା ପାଇଁ ଅପେକ୍ଷା କରିବା ନିମନ୍ତେ ବିଶ୍ରାମଗାରଟିଏ ନାହିଁ । ଏଣୁ ଏହି ଆଂଚଳିକ ସମାବେଶରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଦୁଇଗୋଟିଏ ବିଶ୍ରାମଗାର ନିର୍ମାଣ, ଢେଙ୍କାନାଳ-କଟକ ସୀମାରେ ଦୁଇଗୋଟି ଫଳକ ନିର୍ମାଣ କରାଯାଇ ଢେଙ୍କାନାଳବାସୀ ସାଗତ ଓ ବିଦାୟ ପ୍ରତିଫଳିତ କରାଯିବା ପାଇଁ ସମାବେଶରେ ପ୍ରସ୍ତାବ ଗ୍ରହଣ କରାଗଲା । ଏ ସବୁ କାର୍ଯ୍ୟଗୁଡିକ କରାଯିବା ପାଇଁ ଜନପ୍ରତିନିଧି, ସ୍ଥାନୀୟ ପ୍ରଶାସନ, ଜାତୀୟ ରାଜପଥ ପ୍ରାଧିକରଣଙ୍କ ସହଯୋଗ ନେବା ପାଇଁ ସଭାରେ ନିଷ୍ପତି କରାଗଲା । ମା’ଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭକ୍ତମାନଙ୍କ ଠାରୁ ଦାନ ସଂଗ୍ରହ ନିମନ୍ତେ ହୁଣ୍ଡି ସ୍ଥାପନ କରିବା, ଟ୍ରଷ୍ଟ ନାମରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଁଟ୍ରେ ଜମା ପାଇଁ ସ୍କାନର, ଦାତାମାନଙ୍କ ଅବଗତି ନିମନ୍ତେ ବ୍ୟାଙ୍କ ଆକାଉଁଟ୍ ନମ୍ବରର ଏକ ଫଳକ ସ୍ଥାପନ ଓ ବ୍ୟାନର ମାଧ୍ୟମରେ ପ୍ରକାଶ କରାଗଲେ ଦାତାମାନେ ଦାନ ଅର୍ଥ ସହଜରେ ପ୍ରଦାନ କରିବେ ବୋଲି ସମାବେଶରେ ମତପ୍ରକାଶ ପାଇଥୁଲା । ଉକ୍ତ ସଭାରେ ଟ୍ରଷ୍ଟର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ବିଜୟ କୁମାର ସାହୁ ସମାବେଶରେ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ବାଗତ ଜଣାଇବା ସହିତ ମନ୍ଦିର ନିର୍ମାଣ ସମ୍ବନ୍ଧୀୟ ସୂଚନା ଦେଇ ସ୍ଥାନୀୟ ଜନସାଧାରଣଙ୍କର ସହଯୋଗ ଲୋଡିଥିଲେ ଓ ଟ୍ରଷ୍ଟର ସ୍ଥାୟୀ ସଭ୍ୟ ହେବା ପାଇଁ ଅଂଚଳବାସୀଙ୍କୁ ଅନୁରୋଧ କରିଥିଲେ । ଉକ୍ତ ସମାବେଶରେ ପୂର୍ବତନ ସରଫଟ ଓ ଜିଲ୍ଲାପରିଷଦ ସଭ୍ୟ ଜୟକୃଷ୍ଣ ଜେନା, କ୍ଷେତ୍ରବାସୀ ସାହୁ, ସତ୍ୟାନନ୍ଦ ସାହୁ, ସଦାନନ୍ଦ ସାହୁ, ମାଧବ ଚନ୍ଦ୍ର ବେହେରା, ଶେଷଦେବ ସାହୁ, ଅରୁଣ ପାତ୍ର, ଶେଷଦେବ ପାଣି, ଦିଲ୍ଲୀପ କୁମାର ମହାନ୍ତି, ଦାଶରଥୀ ବେହେରା, କୃପାସିନ୍ଧୁ ବେହେରା, ଯୁବ ସମାଜସେବୀ ଶୁଭ୍ରାଂଶୁ ସାମଲ, ଦିଲ୍ଲୀପ ବେହେରା, କୃଷ୍ଣଚନ୍ଦ୍ର ପରିଜା, ବାବୁଲି ଜେନା, ସୁବାଷ ସାହୁ, ବାବୁଲି ପଟ୍ଟନାୟକ ଓ ମନ୍ଦିରର ପୂଜକ ସତ୍ୟାନନ୍ଦ ରଣା ପ୍ରମୁଖ ନିଜ ନିଜର ମତପୋଷଣ କରିଥିଲେ ଓ ଅକୁଣ୍ଠ ଚିତରେ ମନ୍ଦିର ନିର୍ମାଣ, ଏ ଅଂଚଳର ବିକାଶ ପାଇଁ ସାହାଯ୍ୟ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ସର୍ବଶେଷରେ ବିଜ୍ଞାନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
![]()
