ତାରିଖ ୧୯/୦୨/୨୪, ସୋମବାର
୧-ଦେଶରେ ନବୀନ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ଦ୍ବିତୀୟରେ ଯୋଗୀ, ତୃତୀୟରେ ହିମନ୍ତ।
୨-ଭୁବନେଶ୍ୱର ଅନ୍ଧାରୁଆ ଠାରେ କାର୍ଯକ୍ଷମ ହେବାକୁ ଯାଉଛି ଓଡ଼ିଶାର ସର୍ବବୃହତ ଟିକା ଉତ୍ପାଦନ କାରଖାନା।
୩-ରବିବାର ପାଲଟିଲା ଦୁର୍ଘଟଣାର ଦିନ । ରାଜ୍ୟର ବିଭିନ୍ନ ସ୍ଥାନରେ ୪ ମୃତ, ୪୦ରୁ ଅଧିକ ଆହତ।
୪-ଭୁବନେଶ୍ୱର:ଜନଜାତି ଛାତ୍ରୀ ନିବାସ ମାଟ୍ରନଙ୍କ ପାରିଶ୍ରମିକ ୧୫୦୦୦ ଟଙ୍କାକୁ ବୃଦ୍ଧି।
୫-ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକରୁ ଅଧିକ ମହିଳା ଉଦ୍ୟୋଗୀ ସୃଷ୍ଟି ହେବା ରାଜ୍ୟର ପ୍ରଗତିରେ ଏକ ସକାରାତ୍ମକ ଲକ୍ଷଣ : ମନ୍ତ୍ରୀ
୬-ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କ । ଗଡ଼ ଶ୍ରୀରାମପୁର ଆପାର୍ଟମେଣ୍ଟ ଓ ଭୀମଟାଙ୍ଗିର ବନ୍ଦ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ।
୭-ଦିନକ ପରେ ମାଟ୍ରିକ ପରୀକ୍ଷା । ପିଲା ପ୍ରସ୍ତୁତ, ଏପଟେ ଲୋୟର ପିଏମଜିରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଧାରଣା ଜାରି ।
୮-ବିଜେଡିରେ ମିଶିଲେ ଅନୁଗୁଳ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀବିପ୍ଲବ ଜେନା । ୧୫ଶହ ସମର୍ଥକଙ୍କ ସହ ଧରିଲେ ଶଙ୍ଖ।
୯-ଆଉ ପାଦେ ଆଗେଇଲା ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପ୍ରକ୍ରିୟା, ଫେବ୍ରୁଆରୀ ୨୧ରୁ ଟେଣ୍ଡର ଆହ୍ୱାନ।
୧୦-ପୂର୍ବାଞ୍ଚଳ ଆନ୍ତଃ ବିଶ୍ବବିଦ୍ୟାଳୟ କ୍ରିକେଟ୍: କିଟ୍, ସମ୍ବଲପୁର ପୁଲ ବିଜେତା।
୧୧-ଭାଗ୍ୟ ଖୋଲିଲା ! କୋରାପୁଟ ଶିଶୁ ଯତ୍ନ ଅନୁଷ୍ଠାନରୁ ସିଧା ସ୍ୱିଡେନ ଗଲେ ରାଜେନ୍ଦ୍ର।ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ୱିଡେନର ଦମ୍ପତି ।
୧୨-କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପିଆଜ ରପ୍ତାନୀ ଉପରେ ଲାଗିଥିବା କଟକଣା ହଟିଲା।
୧୩-ଓଡିଶା ପରେ ତିନି ଦିନିଆ ବିହାର ଗସ୍ତରେ ନିର୍ବାଚନ କମିଶନଙ୍କ ଟିମ୍।
୧୪-ଲକ୍ଷ୍ନୌ:ବାହାବେଦୀ ଛାଡ଼ି ପୋଲିସ୍ ନିଯୁକ୍ତି ପରୀକ୍ଷା ଦେବାକୁ ଚାଲିଆସିଲେ ବର, କହିଲେ- ମ୍ୟାରେଜ ଠାରୁ କ୍ୟାରିଅର ବଡ଼।
୧୫-ନୂଆ ଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦିଙ୍କ ହୁଙ୍କାର…ଅବ୍ କି ବାର୍ ୪୦୦ ପାର୍।
୧୬-ଜେପି ନଡ୍ଡା ରହିବେ ବିଜେପିର ଅଧ୍ୟକ୍ଷ । ୨୦୨୪ ଜୁନ ମାସ ଯାଏଁ ବଢିଲା କାର୍ଯ୍ୟକାଳ।
୧୭-ଡବଲ ଇଞ୍ଜିନ ସରକାର ଅର୍ଥ ବେକାରଙ୍କ ଉପରେ ଡବଲ ବୋଝ – ରାହୁଲ ଗାନ୍ଧୀ।
୧୮-ସରକାର ଗଢ଼ିବାକୁ ବିଜେପିର ସଂକଳ୍ପ । ଦିଲ୍ଲୀରେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ମୋଦୀ । କହିଲେ, ଆଗାମୀ ୧୦୦ ଦିନ ଗୁରୁତ୍ୱପୂର୍ଣ୍ଣ।
୧୯-ରାଜକୋଟରେ ରୋହିତ ବାହିନୀର ବଡ ବିଜୟ । ୪୩୪ ରନରେ ୩ୟ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ । ରବୀନ୍ଦ୍ର ଜାଡେଜାଙ୍କୁ ୫ ୱିକେଟ୍ ସଫଳତା।
୨୦-ରିଲାଏନ୍ସ ଫାଉଣ୍ଡେସନ୍ର ଜ୍ୟୋତି ୟାରାଜୀ ରଚିଲେ ଇତିହାସ: ଏସିଆନ୍ ଇନ୍ଡୋର ଆଥ୍ଲେଟିକ ଚମ୍ପିଆନସିପରେ କଲେ ନୂଆ ଜାତୀୟ ରେକର୍ଡ।
![]()
