ରକ୍ତଦାନ ଶିବିରରେ ୮୭ ୟୁନିଟ୍ ରକ୍ତ ସଂଗ୍ରହ

Adarsha Plus love with social

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ରକ୍ତ ର ଅଭାବ ଦେଖାଦେଇଥିବା ବେଳେ ଢେଙ୍କାନାଳ ଟାଉନ୍ ପ୍ଲାନିଙ୍ଗ ଠାରେ ଗତକାଲି ତା ୧୭/୦୨/୨୪ ରିଖ ଦିନ ବିଶ୍ୱଜିତ୍ ଭୂତିଆ ମେମୋରିଆଲ ଦ୍ଵାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମାନ୍ୟବର ବିଧାୟକ ଢେଙ୍କାନାଳ ସଦର ଶ୍ରୀଯୁକ୍ତ ସୁଧୀର କୁମାର ସାମଲ,ଉପନଗରପାଳ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର କୁଅଁର,ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶୁଭାରମ୍ଭ କରିଥିଲେ। ବିଶ୍ୱଜିତ୍ ଭୂତିଆ ମେମୋରିଆଲ ର ସଦସ୍ୟମାନେ ଯଥା ସୂର୍ଯ୍ୟପ୍ରକାସ ବେହେରା , ରୋସନ୍ ବେହେରା,ଜ୍ୟୋତିପ୍ରକାଶ ବେହେରା,କାର୍ତ୍ତିକ ବାରିକ,ଜନ୍ମେଜୟ ଜେନା,ଦୀପକ ଖୁଣ୍ଟିଆ, ପ୍ରଭୁଦତ୍ତ ବାରିକ,ରଞ୍ଜିତ ଦଳେଇ, ଓମ୍ ପ୍ରକାଶ ବେହେରା କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଉକ୍ତ ଶିବିରରେ ୮୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ସାରଦା ପ୍ରସାଦ ହୋତା ଙ୍କ ସହଯୋଗ ରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏଭଳି କାର୍ଯ୍ୟ ପାଇଁ ସବୁମହଲ ରୁ ପ୍ରଶଂସାର ସୁଅ ଛୁଟିଛି।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!