ଏଇତ ଦୁନିଆଁ

Adarsha Plus love with social

ତାରିଖ:୩୧/୦୭/୨୪, ବୁଧବାର

୧-ସୁଶାସନ, ଓଡ଼ିଆ ଅସ୍ମିତା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

୨-ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ଜଳଭଣ୍ଡାର ଓ ନଦୀରେ ଜଳପ୍ରବାହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ।

୩-ଆଗକୁ ବଡ଼ ବର୍ଷା,ଫୁଲୁଛି ନଈ, ହୀରାକୁଦ ଜଳସ୍ତର ୬୧୩ ଫୁଟ୍ ୨୦ ଫାଟକ ଖୋଲା।

୪-ନାବାଳକ ଡ୍ରାଇଭିଂ: ବାତିଲ ହେବ ପଞ୍ଜିକରଣ, ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବ୍ୟବସ୍ଥା।

୫-କିଟ୍ ବିଶ୍ବବିଦ୍ୟାଳୟକୁ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ, ମିଳିଲା ଜାତିସଂଘର ସ୍ବତନ୍ତ୍ର ମାନ୍ୟତା।

୬-ଭଦ୍ରକ:ଖେଳୁ ଖେଳୁ ପୋଖରୀରେ ବୁଡି ଗଲେ… ତିନି ଅଙ୍ଗନବାଡ଼ି ଶିଶୁ ମୃତ।

୭-ବାଙ୍କୀ, ସିମିଳିଗୁଡା ଗାଁ: ଜ୍ବାଇଁ ମାଡ଼ରେ ଶ୍ବଶୁର ମୃତ, ଅଭିଯୁକ୍ତ ଗିରଫ।

୮-ସୁନ୍ଦରଗଡ଼:ବସ୍‌ର ନଥିଲା କୌଣସି କାଗଜପତ୍ର କି ଫିଟନେସ୍ : ୧ ଲକ୍ଷ ୨୨ ହଜାର ୪୮୮ ଟଙ୍କା ଫାଇନ୍ କଲା ପରିବହନ ବିଭାଗ।

୯-ଗିରଫ ହେଲେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର, ରେଡ୍ ବେଳେ ମିଳିଛି ୨ କୋଟି ଟଙ୍କାର ସମ୍ପତ୍ତି।

୧୦-ଭିଜିଲାନ୍ସ ପଞ୍ଝାରେ ଜଟଣୀ ବ୍ଲକ୍ ଯନ୍ତ୍ରୀ, ଠିକାଦାରଙ୍କ ଠାରୁ ନେଉଥିଲେ ଲାଞ୍ଚ।

୧୧-ଅଗ୍ନିଶମ DIG ପଣ୍ଡିତ ରାଜେଶ ନିଲମ୍ବିତ, ପଦମର୍ଯ୍ୟାଦାର ଅପବ୍ୟବହାର ଅଭିଯୋଗ।

୧୨-ସମ୍ବଲପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ଯୁତ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌ର ଗୋଟିଏ ବଗି।

୧୩-ଫୁଲବାଣୀ:ସଦାଚରଣ ମାମଲାରେ ପ୍ରଧାନଶିକ୍ଷକଙ୍କୁ ସ୍ଵତନ୍ତ୍ର ପୋକ୍ସ କୋର୍ଟ ଦେଲେ ୩ ବର୍ଷ ଜେଲ।

୧୪-୫୬ତମ ଅନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡ, ଭାରତକୁ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ।

୧୫-ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା ୨.୦ ପୋର୍ଟାଲର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ।

୧୬-ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ପାଇଁ ପ୍ରସ୍ତାବ ନାହିଁ – କେନ୍ଦ୍ର ସରକାର।

୧୭-କେରଳ ୱାଏନାଡ ଭୂସ୍ଖଳନ, ମୃତ୍ୟୁ ସଂଖ୍ୟା ୧୨୩କୁ ବୃଦ୍ଧି।ଦୁଇ ଓଡିଆ ଡାକ୍ତର ନିଖୋଜ।

୧୮-ପ୍ୟାରିସ୍ ଅଲିମ୍ପିକରେ ଭାରତୀୟ ହକି ଆୟର୍ଲାଣ୍ଡକୁ ୨-୦ ଗୋଲରେ ହରାଇଲା ।

୧୯-ପ୍ୟାରିସ୍ ଅଲିମ୍ପିକ୍ସରେ ମନୁ ଭାକର-ସରବଜୋତ ସିଂହଙ୍କ ଯୋଡ଼ି ଆଣିଛନ୍ତି ଆଉ ଏକ ପଦକ।

୨୦-ମାଟି କାମୁଡିଲା ଶ୍ରୀଲଙ୍କା, ସୁପର ଓଭରରେ ଜିତିଲା ଭାରତ; ସିରିଜ୍ ୩-୦ରେ କ୍ଲିନ ସୁଇପ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!