ଢେଙ୍କାନାଳ ଖମାରସାହିର ବିକାଶ ୟୁଥ କ୍ଲବ୍ ୭ଦିନ ପୂଜା ପାଳିବ

Adarsha Plus love with social

ଢେଙ୍କାନାଳ, ୩୯: ଢେଙ୍କାନାଳ ସହରର ଖମାରସାହିର ବିକାଶ ୟୁଥ କ୍ଲବ୍ ପକ୍ଷରୁ ଆସନ୍ତା ୭ ତାରିଖରେ ହେବାକୁ ଥିବା ଗଣେଶ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । କ୍ଲବର ସଭାପତି ପ୍ରଭାତ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଦୀପୁ ନନା, ଉପସଭାପତି ହିମାଂଶୁ କୁମାର ସାହୁ, ସାଧାରଣ ସମ୍ପାଦକ ସର୍ବେଶ୍ବର ପ୍ରଧାନ, ସଂପାଦକ ଦୀପକ କୁମାର ବାରିକ, ସହ-ସମ୍ପାଦକ କାଲୁ ପ୍ରଧାନ, କୋଷାଧ୍ୟକ୍ଷ ବଳରାମ ବାରିକ, ସହ-କୋଷାଧକ୍ଷ ବିଭୂତି କୁମାର ସାହୁ, କାର୍ଯ୍ୟକାରୀ କମିଟି ସଦସ୍ୟ ଅମୂଲ୍ୟ, ପର୍ଶୁ, ସଞ୍ଜୟ, ବାପି, ବାସୁ, ଜଗା, ପବିତ୍ର, ବାଦଲ, ସାଗର ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଚଳିତ ବର୍ଷ ୭ ଦିନ ଧରି ପୂଜା ହେବାକୁ ନିଷ୍ପତି ନେଇଛନ୍ତି । ଏହି ୭ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶାର ବହୁ ସ୍ୱନାମଧନ୍ୟ କଳାକାର ଅଭିଜିତ ମଜୁମ୍ଦାର, ମିଷ୍ଟର ନନ୍‌ସେନ୍ଟ, ପାଲାଗାୟିକା ସୁଶ୍ରୀ ଜର୍ମିଳା ସାହୁ, ମିସ୍ ଚାମେଲି ପ୍ରମୁଖଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତତ୍‌ସହିତ ନଜଣପୁର ଓ ଛାଟିଆ ଗ୍ରାମର ଦୁଇ କୀର୍ତନମଣ୍ଡଳୀକୁ ନେଇ ବାଦି କୀର୍ତନ ଅନୁଷ୍ଠିତ ହେବ । ଚଳିତ ବର୍ଷ କ୍ଲବ୍ ତରଫରୁ ୧୦୦୦ ଭକ୍ତଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯିବ । ଚଳିତ ବର୍ଷ ପ୍ରଭୁ ଶ୍ରୀ ଗଣେଶ ଚାନ୍ଦି ଅଳଙ୍କାରରେ ସୁସଜିତ ହୋଇ ସାହି ତଥା ଢେଙ୍କାନାଳବାସୀଙ୍କୁ ଦର୍ଶନ ଦେବେ ବୋଲି ଅନୁଷ୍ଠାନର ସଂପାଦକ ଜଣାଇଛନ୍ତି

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!